Raha Aare Kathuriaa || ରହ ଆରେ କାଠୁରିଆ || Piladinara Gita || Rj Swati
Kalachand Entertainment Kalachand Entertainment
905 subscribers
22,954 views
316

 Published On Aug 11, 2023

Raha Aare Kathuriaa || ରହ ଆରେ କାଠୁରିଆ || Piladinara Gita || Rj Swati ‪@Kalachandentertainmentofficial‬

#Rjswati
#diskomusic
#Ashokbal
#rahaarekathuria

🔸Song Details :

Song - Raha Are Kathuria Na Pakao Hani
Singer - Rj Swati
Music - Ashok Bal
Lyrics - Nanda Kishore Bal
Recording & Mixing - Rajendra Guru
Video - Kalachand Beuria
studio - JJ Studio
Release Date - 11. 08 . 2023
Banner - Disko Music Odia

🔸Lyrics :

ଗୀତ : ଗଛ ଓ କାଠୁରିଆ
ଭାଷା : ଓଡ଼ିଆ
ଗୀତିକାର : ପଲ୍ଲୀକବି ନନ୍ଦକିଶୋର ବଳ
(୧୮୭୫-୧୯୨୮)

ରହ ଆରେ କାଠୁରିଆ ନ ପକାଅ ହାଣି,
ଶୁଣ କାନଡେରି ଥରେ ଏ ଗଛ କାହାଣୀ
ନ ଫୁଟୁ ପଛକେ ବାସ ଫୁଲ ତାହା ଦେହେ,
ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ ॥୧॥

ବସି କୁହୁ କୁହୁ ତାନେ ନବ ମଧୁକାଳେ,
ନ ଗାଉ କୋକିଳ ପଛେ ଫୁଲଭରା ଡାଳେ
ନ ଫଳୁ ପଛେ ଏ ଗଛେ ମିଠାମିଠା ଫଳ,
ଖରାବେଳେ ବାଟୋଇ ତ ବସେ ଏହା ତଳ ॥୨॥|

ଛାଡ଼ିଯାଅ କାଠୁରିଆ ନ ପକାଅ ହାଣି,
ଶୁଣ କାନ ଡେରି ଥରେ ଏ ଗଛ କାହାଣୀ କାଠୁରିଆ ନ ହାଣ ସେ ଗଛ ରହ ରହ, ତାହାକୁ ଲଗାଇ ଗଲେ ପିତୃ ପିତାମହ ||୩||

କେତେ ଦୁଃଖ ସୁଖ ସେ ଯେ ଦେଖୁଛି ଆମ୍ଭର, କେତେ ନୂଆ ପୁଅ, କେତେ ଯାତ, ବିଭାଘର ମନେପଡ଼େ ପିଲାଦିନେ ଏହାରି ମୂଳରେ, ଖେଳୁଥୁଲି ମୁହିଁ ଖେଳସାଥୀ ଗହଳରେ ॥୪I

କେତେ ଦୁଃଖ ସୁଖ ସେ ଯେ ଦେଖୁଛି ଆମ୍ଭର, କେତେ ନୂଆ ପୁଅ, କେତେ ଯାତ,
ବିଭାଘର ମନେପଡ଼େ ପିଲାଦିନେ ଏହାରି ମୂଳରେ, ଖେଳୁଥୁଲି ମୁହିଁ ଖେଳସାଥୀ ଗହଳରେ |୪||

ଏବେ ବାଲ୍ୟକାଳେ ପୋଥ୍ ଧର ଛାଇତଳେ,
ବସିଣ ପଢ଼େ ମୁଁ ସଞ୍ଜ ସକାଳେ ନିଶ୍ଚଳେ
କାଠୁରିଆ ନ ହାଣ ସେ ଗଛ ରହ ରହ,
ଦେଖୁଅଛି ଏ ଗଛ ମୋ ପିତୃ-ପିତାମହ |୫||

ନ ହାଣ ଏ ଗଛ ଶୁଣଶୁଣ ମୋର ବାଣୀ,
ଥାଉଁ ମୁଁ ଜୀବନେ ଗଛ ନ ପାରିବ ହାଣି
ଦେଖୁ ତାକୁ କେତେ କଥା ହୁଏ ମୋ ସ୍ମରଣ,
ତା' ସଙ୍ଗେ ଜଡ଼ିତ ମୋର ବିଗତ ଜୀବନ ॥୬ ||

ପଶ୍ଚିମ ଆକାଶେ ସୂର୍ଯ୍ୟ ଯାଉଥାଏ ବୁଡ଼ି,
ଏହି ବସା ଗଛେ ପକ୍ଷୀ ଆସୁଥା'ନ୍ତି ଉଡ଼ି
ପୂରୁବ ଆକାଶେ ସୂର୍ଯ୍ୟ ଉଦେ ପ୍ରଭାତରେ,
ଉଠନ୍ତି ପକ୍ଷୀଏ ରାବି ଏହାରି ଡାଳରେ ॥୭॥|

ଯାଅ ଯାଅ କାଠୁରିଆ, ଏ ଗଛ ନ ହାଣି,
ରଖିବି ଏ ଗଛ ମୁହିଁ ସତ୍ୟ ମୋର ବାଣୀ
ଯାହା ନେବ ତାହା ଦେବି ଏ ଗଛ ନ ହାଣ,
ମୁଁ ଥାଉଁ ଏ ହଣା ହେବ, ନ ସହିବ ପ୍ରାଣ |୮||

show more

Share/Embed