ଜୟ ତୁ ମଙ୍ଗଳା ମାଗୋ ଜୟ ହର ଚଣ୍ଡୀ | Jaya Tu Mangala Mago Jaya Harachandi | Rabindra Mohapatra
Sri Purushottam Sri Purushottam
304K subscribers
1,462,876 views
8.3K

 Published On Premiered Sep 17, 2022

ଓଡିଶା ର ସମସ୍ତ ପ୍ରସିଦ୍ଧ ଦେବୀ ପୀଠ କୁ ନେଇ ଆସନ୍ତୁ ଶୁଣିବା ରବୀନ୍ଦ୍ର ମହାପାତ୍ର ଙ୍କ ଭାବ ପୂର୍ଣ୍ଣ କଣ୍ଠ ରେ ମା ମଙ୍ଗଳା ସ୍ତୁତି |

Song: Maa Mangala Stuti
Singer: Rabindra Mohapatra
Lyrics: Old Collection
Composition: Traditional
Music Arrangement: Chandra Sekhar Mishra
Recording & Mixing : Ama Studio
Video Editing Debi Prasad Ratha
Production: Sri Purushottam

#jaytumangala
#jaytumangalamagojayaharachandi
#durgapuja2022
#durgapuja2022odiabhajan
#mangalabhajan
#rabindramohapatra
#kakatpurmaamangala

ମଙ୍ଗଳା ସ୍ତୁତି:-
ଜୟ ତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡୀ । ତୋତେ ସୁମରିଲେ ମାଗୋ ଦୂରିତ ଯେ ଖଣ୍ଡି ।। ବିପଦ କାଳରେ ସୁମରନ୍ତି ଯେଉଁଜନ । ମହାଘୋର ସଙ୍କଟରୁ ଫିଟାଉ ବନ୍ଧନ ।। ଅଦୃଶ୍ୟକୁ ଦୃଶ୍ୟ ହୁଏ ତୋ ନାମ ଧଇଲେ । ବିପତ୍ତି ନଥାଏ ମାଗୋ ତୋତେ ସୁମରିଲେ ।। ତୋହର ଯେ ନାମ ମାନ ଯେହୁ ସୁମରଇ । କିଛି ହିଁ ସଙ୍କଟ ମାଗୋ ବିପତ୍ତି ନଥାଇ ।। ଅନାଥକୁ ଦୟା ମାଗୋ ଦୁବ କରୁ ଦାରୁ । ଦୁସ୍ତର ପଡ଼ିଲେ ମାଗୋ ପ୍ରାଣୀଙ୍କି ଉଦ୍ଧାରୁ ।। ଯେତେବେଳେ ପ୍ରାଣୀକି ଯେ ପଡ଼ିଥାଇ କଷ୍ଟ । ତୋତେ ସୁମରିଲେ ମାଗୋ ଫିଟଇ ସଙ୍କଟ ।। ଯେ ତୋହର ବାରବ୍ରତ ସବୁ କରେ ନିତି । ପାଏ ସେହୁ ଧନ ଜନ ଅଚଳ ସମ୍ପତ୍ତି ।। ନମୋ ନାରାୟଣୀ ମାଗୋ ଅପର୍ଣ୍ଣା ପାର୍ବତୀ । ଭ୍ରମଣ ଯେ କରୁ ମାଗୋ ଅର୍ଦ୍ଧନିଶା ରାତି ।। ଚଣ୍ଡୀ ଯେ ଚାମଣ୍ଡା ମାଗୋ ଖଟନ୍ତି ଅପାର । ଏମାନଙ୍କୁ ସଙ୍ଗେ ଘେନି ଭ୍ରମଣ ତୋହର ।। ପୟରେ ଅଳତା ଭାଲେ ସିଦୁରର ଚିତା । ରଙ୍ଗ ବସନରେ ତୋର ଶ୍ରୀଅଙ୍ଗ ଶୋଭିତା ।। ସିଂହର ପୃଷ୍ଠରେ ମାଗୋ ବିଜେ କରିଯାଉ । ଯେ ମୁଖେ ପଡ଼ିଲେ ମାଗୋ ନ ବର୍ତ୍ତନ୍ତି ଆଉ ।। ନମସ୍ତେ ଶାରଳା ମାଗୋ ଶଙ୍କର ଭବାନୀ । ଦୟାକର ମୋତେ ମାଗୋ ଦନୁଜ ନାଶିନୀ ।।
। ଶୁଖିଲା ସମୁଦ୍ରେ ମାଗୋ ବୁଡ଼ିଲା ମୋ ଭେଳା । ଦୁସ୍ତର ପଡ଼ିଲା ମାଗୋ ଉଦ୍ଧାର ମଙ୍ଗଳା ।। ସଖା ସହୋଦର ମାଗୋ ବନ୍ଧୁବଳ ନାହିଁ । ବିପତ୍ତି କାଳରେ ସାହା ହୁଅ ମହାମାୟୀ ।। ବିନ୍ଧ୍ୟଗିରି ବାସିନୀ ମା ହୈମବତି ସୁତା । ଏମନ୍ତ ଦ୍ବାଦଶ ନାମ ଦେଲେ ଯେ ବିଧାତା ।। ଝଙ୍କଡ଼େ ରହିଲୁ ନାମ ଶାରଳା ବୋଲାଇ । କାକଟପୁରେ ରହିଲୁ ମଙ୍ଗଳା ଯେ ତୁହି ।। ଲହ ଲହ ଜିହ୍ୱା ମାଗୋ ସିନ୍ଦୂରେ ମୂଖ ମଣ୍ଡି । କୋଣାରକେ ରହିଲୁ ମା ଅଭୟା ରାମଚଣ୍ଡୀ ।। ଶ୍ରୀ ପୁରୁଷୋତ୍ତମେ ରହିଲୁ ବିମଳା ବୋଲାଇ । ବାଙ୍କିରେ ରହିଲୁ ମାଗୋ ନାମ ଚର୍ଚ୍ଚିକାଇ ।। ସମ୍ବଲପୁରେ ରହିଲୁ ନାମ ସମଲାଇ । ଯାଜପୁରେ ରହିଲୁ ମା ନାମ ବିରଜାଇ ।। ପଶ୍ଚିମେ ରହିଲୁ ମାତ ନାମ ହିଙ୍ଗୁଳାଇ । ଭୁବନେଶ୍ଵରେ ରହିଲୁ ଗଉରୀ ବୋଲାଇ ।। ବାଣପୁରେ ରହିଲୁ ମା ନାମ ଭଗବତୀ । ସକଳ ଅମରେ ତୋତେ କରନ୍ତି ଯେ ସ୍ତୁତି ।। ଉତ୍ତର ଦିଗେ ରହିଲୁ ଚଣ୍ଡୀ ନାମ ବହି । ଏମନ୍ତ ଦ୍ଵାଦଶ ନାମ ବ୍ରହ୍ମା ଗଲେ ଦେଇ ।। ତୋହର ମହିମା ମାଗୋ କେ ପାରିବ କହି । ମାଡ଼ି ବସିଅଛୁ ଦଶଦିଗ ମହାମାୟୀ ।। ନମସ୍ତେ ଚଣ୍ଡିକା ତୁମେ ରୁଦ୍ରଙ୍କର ବାମା । କେ କହିପାରିବ ମାଗୋ ତୁମ୍ଭର ମହିମା ।। ଡ଼ମ୍ବରୁ ମଝା ମାଗୋ ବିଚିତ୍ର ସିଂହ ଠାଣୀ । ମହାମୁର୍ତ୍ତୀ ରୂପ ମାଗୋ ଅଟୁ ଗୋସାମଣୀ ।। ଲହ ଲହ ଜିହ୍ୱା ମାଗୋ ଘୋର ଦନ୍ତ ପାଟି । ନମୋ ଆଦିମାତା ମାଗୋ ବିଜେ ସିଂହ ପିଠି ।। କାତି ଯେ ଖର୍ପର ମାଗୋ ଶୋହେ ବାମକର । ଶଙ୍ଖ ଚକ୍ର ଗଦା ମାଗୋ ଆୟୁଧ ତୋହର ।। ନାନା ପୁଷ୍ପ ମାଳ ତୋର କୁସୁମ ଚନ୍ଦନ । କପାଳେ ସିନ୍ଦୁର ଗାର ଦିଶେ ଶୋଭାବନ ।। ନମସ୍ତେ ମଙ୍ଗଳା ମାଗୋ ଚଣ୍ଡୀ ମହାମାୟୀ । ଦୁସ୍ତର ପଡ଼ିଲେ ମାଗୋ ଉଦ୍ଧାରୁ ଯେ ତୁହି ।। ତ୍ରେତୟାରେ ତୋତେ ମାଗୋ ସୁମରିଲେ ରାମ । ପ୍ରସନ୍ନ ହୋଇଣ ମାତ କଲୁ ପୂର୍ଣ୍ଣ କାମ ।। ତୁମ୍ଭର ଆଜ୍ଞାରେ ରାମ ଲଙ୍କା କଲେ ଜୟ । ରାବଣକୁ ମାରି ସୀତା ଆଣି ରାମରାୟ ।। ନମସ୍ତେ ମଙ୍ଗଳା ମାଗୋ ରକ୍ଷାକର ମୋତେ । ମୁହିଁ ଅରକ୍ଷିତ ଜନ ଆଶ୍ରାକଲି ତୋତେ ।। ଯେତେବେଳେ ଯାହା ମାଗୋ କରୁଥୁବି ଇଚ୍ଛା । ତୋପାଦ ସ୍ମରଣେ ପୁରୁଥିବ ମନବାଞ୍ଛା ।। ତୁମ୍ଭର ଚରଣେ ମୋର ରହୁ ମନ ସ୍ଥିତ । କହେ ଦୀନହୀନ ଯେ ଉଦ୍ଧର ଆଦିମାତ ।।

show more

Share/Embed