Best welcome song in Odia | prarambhika song | Based on Science
Bhisma Rathee Bhisma Rathee
737 subscribers
20,586 views
210

 Published On Dec 19, 2022

ରଚନା ଓ ସ୍ୱର ସଂଯୋଜନା - ନେପାଳ ଚନ୍ଦ୍ର ବାଗ ( ପ୍ରଧାନ ଶିକ୍ଷକ, ଜୁନାଗଡ଼ ଉଚ୍ଚ ବିଦ୍ୟାଳୟ)


ବିଜ୍ଞାନ ଯୁଗର ବିସ୍ମୟ ଆମେରେ
ଗଢିପାରୁ ଘର ଶୂନ୍ୟ ଆକାଶରେ

ଆମେ ରବିତାରା ଆଲୋକର ଧାରା
ଆମେ ଏ ଦେଶର ହୀରା ମୋତି ପରା

ଆମେ କିଣି ନେବୁ ଖିଲି ଖିଲି ହସରେ ହସରେ

ବିଜ୍ଞାନ ଯୁଗର ବିସ୍ମୟ ଆମେରେ.....

ଏହି କଳାହାଣ୍ଡି ଆମ ରଖିବା ତାହାରି ନାମ
ନୂଆ ଗବେଷଣା କରି
ଏ ମାଆ ମାଟିର ସେଵା ଦେଶ ପାଇଁ ପ୍ରାଣ ଦେବା ଆମେ ସଜାଗ ପ୍ରହରୀ

ଆମେ ଟିକି ନଈ ଆମେ ଯିବୁ ବହି
ସତ୍ୟ ସ୍ନେହ ସାଥେ ଗୀତ ଗାଇ ଗାଇ

ଆମେ ଚହଟି ଯିବୁରେ ସାରା ବିଶ୍ୱରେ ବିଶ୍ୱରେ

ବିଜ୍ଞାନ ଯୁଗର ବିସ୍ମୟ ଆମେରେ....

ନାନା ଜାତି ନାନା ଧର୍ମ କିଏ ହିନ୍ଦୁ ଖ୍ରୀଷ୍ଟିଆନ କିଏ ଅଟେ ମୁସଲମାନ
କିଏ ରହେ ସହରରେ କିଏ ବା ରହେ ଗାଆଁରେ ସଭିଏଁ ଆମେ ସମାନ

ଏହି ମାଟି ମାଆ ସୁଜଳା ସୁଫଳା
ଏହି ବନଗିରି ସବୁଜ ଶ୍ୟାମଳା
ଆମେ ଗୋଟିଏ ମାଆର କୋଟି ଫୁଲରେ

ବିଜ୍ଞାନ ଯୁଗର ବିସ୍ମୟ ଆମେରେ...
ଗଢିପାରୁ ଶୂନ୍ୟ ଆକାଶରେ....

show more

Share/Embed